କହି ହେଉ ନି ନମସ୍ତେ Not Able To Say Goodbye Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

କହି ହେଉ ନି ନମସ୍ତେ Not Able To Say Goodbye

Rating: 5.0

ଥଟ୍ଟା ମଜା ନାଇଁ
ଗଜାନନ ମିଶ୍ର

ଥଟ୍ଟା ମଜା ନାଇଁ
ନାଇଁ ମୁହଁ ଦେଖାଦେଖି
ଏ ଶଳା କରୋନାଟା
ପଡୋଶୀକୁ ପରମେଶ୍ଵର କରି
ଆଉ ରଖି ଦେଲା ନାଇଁ।

ଘରୁ ବାହାର କି
ନ ବାହାର ଧୋଉଥାଅ
ସାବୁନରେ ହାତପାଦ।
ମୁହଁ ଢାଙ୍କି ଯାଅ ଆସ
କଥାବାର୍ତ୍ତା ସବୁ ବନ୍ଦ।
ମୁହଁ ଦେଖାଦେଖି ନାଇଁ
ନିଜ ପର ଛୁଆଁଛୁତି ନାଇଁ,
ଏ ଶଳା କରୋନାଟା
ଅସ୍ପୃଶ୍ଯତା ବଢେଇ ନି!

ନାକାବନ୍ଦୀ ଗୃହବନ୍ଦୀ
ସବୁଠି ସମସ୍ତେ,
ଏ ଶଳା କରୋନାଟାକୁ
କହି ହେଉ ନି ନମସ୍ତେ।
ଗାଁ ଗାଁ ଦେଶ ଦେଶ
ମରିବାରେ ବ୍ୟସ୍ତ ଲୋକେ।
ଚୋର ଠକ ମିଛପ୍ରଚାରକ
ଘରେ ଘରେ ଆଉ ଆଉ
ଏ ସଂସାରରେ ନାଇଁ
ଅଭାବ ତଣ୍ଟିକଟା ଲୋକ।

ତପୋବନ,ଟିଟିଲାଗଡ,ବଲାଙ୍ଗୀର
20/03/2020

Friday, March 20, 2020
Topic(s) of this poem: goodbye
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success