ଜଣା ନାହିଁ ମତେnot Known To Me Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଜଣା ନାହିଁ ମତେnot Known To Me

Rating: 5.0

କୋଉଠି
ଗଜାନନ ମିଶ୍ର

ଟିକେ ପଳେଇଥିଲି ଆଗକୁ,
ଲବଙ୍ଗ ଦ୍ୱୀପକୁ।
ଆଉ ଟିକେ ଯାଇଥିଲି ଫେରି
ପଛକୁ, ଚନ୍ଦା ପାହାଡ ଉପରକୁ।
କଣ କଲି କୋଉଠି,
କେତେବେଳ ରହି
ଜଣା ସଭିଙ୍କୁ।

ପକ୍ଷୀକୁ ହୁରୁଡା ହେଲା ପରି
ନେଲେ ହୁରୁଡେଇ
ମତେ ମୋ ଜାଗାରୁ।
ଘୁଂଚିଲି କି ନ ଘୁଂଚିଲି
ବିଜୟପତାକା ଉଡାଇଲେ ସବୁ
ମୋ ଜାଗାରେ ରହି,
ଖାମୋଶ କରୁଥିଲାବେଳେ
ମୁଁ ମତେ।

ପଡିଲା ନି ଜଣା ବେଳ,
ଜମୁଥିଲା ସାଙ୍ଗମେଳ
ଭିନ୍ନପ୍ରକାରେ।
ମୁଁ କିଏ? ଏମିତି ପ୍ରଶ୍ନରେ
ନ ଥିଲା ଆଗ୍ରହ ଅନେକଙ୍କଠି।
ଯାହା ହେବାରଥିଲା
ହେଲା କି ନ ହେଲା
କିଏ ଜାଣିଛି!

ଫେରି ସାରିଥିଲି ମୁଁ,
କୋଉଠିକୁ? ପାରୁ ନି
କହି ଯାହା କାହାକୁ।
କରିପାରୁ ନି ବି ଅନୁରୋଧ
କାହାକୁ ରହ ଟିକିଏ।
ଥିଲି ଆଉ ରହିବି
ଏ କଥା ଜଣା ନାହିଁ ମତେ।

ତପୋବନ, ଟିଟିଲାଗଡ, ବଲାଙ୍ଗିର
8/10/2018

POET'S NOTES ABOUT THE POEM
written in odia language, odia is the official language of Odisha India
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success