କାଣା ହଉଛେ
ଗଜାନନ ମିଶ୍ର
ହଉଛେ କାଣା ସବୁ
ଜନା ନେଇଁ କାହାକେ!
ଅଛନ ଜେନ ମାନେ
ଅପନା ଅପନା ଭିତରେ ଟେଁଟେଇ
ମରୁଛନ୍ ହରମିଶା
ବୁଡେଇ ହୋସ୍।
ନେଇଁ ହେବାର କହି କିଛୁ,
ଡଁଗରତଲର ମାଏଲି
ଜାନି ନେଇଁ କିଛୁ,
ନେଇଁ ସେ ହେନ୍ତା।
ଆରୁ ଜାହାକେ ଜେନ୍ତା
ଅରସା ପିଠା ମାକଡ ବିହା
ନେଇଁ କହ ନ ବୁଆ
ଚାଲିଛେ ଅଚାବୁହା।
ତପୋବନ,ଟିଟିଲାଗଡ, ବଲାଙ୍ଗିର
2/10/2019
This poem has not been translated into any other language yet.
I would like to translate this poem