ଯାଏ ନି କିଛି କେଉଁଆଡେ,
ଯିଏ ଯାହାର ସିଏ ତାହାର
ହୋଇ ବି ପାରେ ନି ରହି
ସଦାବେଳେ ଗୋଟାଏ ଜାଗାରେ ।
ଆଉ ଥାଏ ଯିଏ କରୁଥାଏ ଗମାତ୍
ନିଶା ପଶା ଆଉ ବେଶ୍ୟା ଭିତରେ ।
କିଏ ସେ? ସେ ଖସୁଥିବା ପାହାଡ,
ସେ ପୋଡୁଥିବା ଜଙ୍ଗଲ, ସେ
ଉଡୁଥିବା ମାଟି, ସେ ହଜୁଥିବା ପବନ ।
ହଜେ ନି କିଛି, ହଜେ ମନ,
ହଜେ ଧନ, ହଜେ ସନମାନ,
ଆଉ ରହେ ଯାହା ତାହା ଥାଏ
ପାଖରେ ଯାହା ନିଜର ନୁହଁ ।
ନିଜର କଣ? ଫୁଲରୁ ଫୁଲକୁ
ଉଡୁଥିବା ଭ୍ରମର ନା ମାଟିରୁ
ମାଟି ହେଉଥିବା ଜୀବନ ।
ବେଚାରା ଚାଷୀ ପାରେ ନା
ଜାଣି କିଛି ଆଉ ରହେ ମଉନ ।
କିଛି କହେ କିଛି ଶୁଣେ,
ଦେଖେ ବି କିଛି ଆଉ
ସ୍ପର୍ଶ କରେ ଯାହା, ଥାଏ
ତାହା ନିଜ ଭିତରେ ।
ଥାଏ କଣ? ଥାଏ
ଯାହା ପାଣିରେ ଜୀବନରେ,
ଥାଏ ଯାହା ମାଟିରେ,
ଥାଏ ଯାହା ଏଠାରେ ସେଠାରେ
ସେଇସବୁକୁ କରି ଏକତ୍ରୀତ
ଗଢିବାକୁ ହୁଏ ମନ୍ଦିର ।
ମନ୍ଦିର ଭିତରେ ଯିଏ ଥାଏ
ସିଏ ଯେ ଖାଇଥାଏ କଦଳୀ
କାହାକୁ ଜଣା ନ ଥାଏ ନୁହେଁ ।
ଅଥଚ ଥାଏ ନା କିଛି କୋଉଠି,
ଆଉ ଥାଏ ଯାହା ସଭିଙ୍କର
ନଜର ଢଳେ ସେଆଡକୁ ।
କହେ ଆରେ ହେ ଏଠି
ଦିଶୁଛି ତ ସବୁ ସ୍ପଷ୍ଟ ।
କିନ୍ତୁ ହେଉ ନି କହି କିଏ
ପାଉଛି କଣପାଇଁ ଏତେ କଷ୍ଟ ।
This poem has not been translated into any other language yet.
I would like to translate this poem