ସତକୁ ପାଳୁ ଥା Obey The Truth Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ସତକୁ ପାଳୁ ଥା Obey The Truth

Rating: 5.0

1
ଆଜ୍ଞା
ଆଜ୍ଞା ହେଲା
ସବୁ ଗଲା ।
ଆଜ୍ଞାକୁ ଅବଜ୍ଞା
ଯିଏ କଲା
ସିଏ ମଲା।

ଆଜ୍ଞା
ଆଜ୍ଞା ଥିଲା
ଜୀବନ ଥିଲା।
ଆଜ୍ଞାରେ ନ ରହିଲା
ପାତକ ଅନ୍ଧାର
ଆଉ ଧରଣୀ ହସିଲା।

2

ଆଜ୍ଞା
ଆଜ୍ଞାରେ ଆକାଶ
ଆଜ୍ଞାରେ ଚନ୍ଦ୍ର ସୂର୍ଯ୍ୟ ତାରା
ପକାଉଛନ୍ତି ପ୍ରତ୍ୟହ ହାଜିରା।

ଆଜ୍ଞା
ଆଜ୍ଞାକୁ ମାନି
ରହିଛି ଏଠି ଆଲୁଅଧାରା।
ଆଜ୍ଞା
ଆଜ୍ଞା ପାଇ ଜୀବନ ଏଠି
ଅମୃତ ପରା।

3

ଆଜ୍ଞା
ଆଜ୍ଞା ଯୋଗୁ
ନିରୋଗ ଦେଖ
ତାଳୁରୁ ତଳିପା।

ଆଜ୍ଞା
ଆଜ୍ଞା ଯୋଗୁ
ନାହିଁ ଦୁର୍ଦ୍ଦଶା।

ଆଜ୍ଞାରେ ଆଜ୍ଞା
କବିର ଆଜ୍ଞା,
ଥା ଏଠି ଥା,
ଫୁଲ ଫୁଟାଉ ଥା।

ରୋମରୁ ଚର୍ମରୁ
ରକ୍ତରୁ ମାଂସରୁ
ଅସ୍ଥିରୁ ମଜ୍ଡାରୁ
ଆନନ୍ଦ ସବୁ
ଜାତ କରାଉ ଥା।

ଜୀବନକୁ ଦେଖୁ ଥା,
ସତକୁ ପାଳୁ ଥା,
ଶୁଦ୍ଧସୁବର୍ଣ ହୋଇ
ଝଟକୁ ଥା।

4

ଆଜ୍ଞା
ଆଜ୍ଞାରେ ଆଜ୍ଞା
ଚହଟ ଚିକ୍କଣ
ସର୍ବାଙ୍ଗ ଶରୀରକୁ
ଦର୍ପଣରେ ଦେଖୁ ଥା।

ଦିନକୁ ଦିନ
ତେଜୀୟାନ ହେଉ ଥା।

ଆଜ୍ଞା
ଆଜ୍ଞାରେ ଗତି
ଆଜ୍ଞାରେ ମୁକତି,
ଆଜ୍ଞା ଅନୁସରି
ବିଶ୍ୱାସରେ ଥା।

ନିଜ ଆଜ୍ଞାରେ ନିଜେ
ନିଷ୍କଳଙ୍କ ଥା, ନିର୍ଲିପ୍ତ ଥା,
ନିତ୍ଯ ଜିଉଁ ଥା, ଜିଉଁ ଥା।

Friday, May 18, 2018
Topic(s) of this poem: life
POET'S NOTES ABOUT THE POEM
The poem is written in Odia language. Odia is the official language of Odisha, India. It is all about life and living
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success