ଯାଅ ଘରଠୁ କିଛି ଦୂର,
ନଈକୂଳ, ବରତଳ,
ପାହାଡକୋଣ, ବଙ୍ଗଳାବଣ,
ପ୍ରସ୍ତୁତ କର ଭୋଜିଭାତ,
କଷାମାଂସ, ମଦ, ଛ ତିଅଣ,
ନାଚ, ଝୁମ,
ଗାଅ ଗୀତ ମୁକ୍ତ,
ହେଲୋ ହାଏ,
ଫଟୋ ଉଠାଅ
ସେଲଫି,
ଦିଅ ଭାଷଣ
ଦେଶ ବିଦେଶର ଖବର
ଯୁଦ୍ଧ ଶାନ୍ତି
ପାଖ ଦୂର ପଡୋଶୀ
ତର୍କ ବିତର୍କରେ ଲାଗ
ଆଗତ ଭବିଷ୍ୟତ
ନୂଆ ବର୍ଷ,
ସେଇଟା ଇ
ପାଳନ ନୂଆବର୍ଷ ।
This poem has not been translated into any other language yet.
I would like to translate this poem