ସୁଯୋଗ ଦେଖି ଆଉ (Odia) Getting Opportunity And Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ସୁଯୋଗ ଦେଖି ଆଉ (Odia) Getting Opportunity And

Rating: 5.0

1.

ଧୈର୍ଯ୍ୟଶୀଳ ଆଉ ଶାନ୍ତିପୂର୍ଣ
କିନ୍ତୁ ଆମେ ବହୁତ ସାହସୀ
ଶତ୍ରୁ ସହିତ ଯୁଦ୍ଧ ପାଇଁ
ଯେଉଁମାନେ ଯାଉଛନ୍ତି
ମାନବିକତା ଆଉ ସ୍ଵାଧୀନତାର
ବିରୋଧରେ ।

2.

ଦିଅଁ ଛୁଇଁଲେ ଦଣ୍ଡ,
ଆଇନରେ
ସମ୍ଵିଧାନରେ ନ ଥିବା ଭାଷା
ଗଣତନ୍ତ୍ରକୁ ବିରୋଧ କରୁଥିବା
ଭାଷା ଲେଖୁଛ ଯେ
ମହାମାନ୍ୟ,
କିଆଁ ନାହିଁ ଦଣ୍ଡ?
ଜନଗଣମନ ଆଉ
ରହିଲେ କୋଉଠି?
ଜନଗଣମନର
ଅଛି କଣ?
ଅଛି ମଦ,
ଅଛି ତୋଷାମଦିଆ ପ୍ରକୃତି
ଆଉ ତୁମେ ମହାମାନ୍ୟ
ସୁଯୋଗ ଦେଖି
ମାଟି ମାକୁ କରିଚାଲିଲ ଭଣ୍ଡ ।

3.

ଜଙ୍ଗଲ ଆଖିରେ
ଜଳୁଛି ନିଆଁ,
ଦିଲିପ କହିଛ ଠିକ୍
ମାରି ଦେଇ ଓଲଟା ଡିଆଁ ।
ମା ମା କହି
ଯେତେ ରଡିଲେ ବି
ପଡୁ ନି ଫରକ
ଜଣେ ଅଧେ କାହାରି ଠି ।
ଯେ ଯାହାର ସେ ତାହାର
ପାରୁ ନାହାନ୍ତି ହୋଇ କେହି
ଆଉ ମରୁଛନ୍ତି ଦିପହରେ
ବଂଚିବାର ସବୁ ରାସ୍ତା ହଜାଇ ।

Sunday, July 16, 2017
Topic(s) of this poem: language
POET'S NOTES ABOUT THE POEM
Three Odia poems, Odia is the official language of Odisha, India. Committed to land and language
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success