ଭାଲୁ କି ମାଙ୍କଡ?
କିଏ ତ ଗୋଟେ
ଆସୁଥିଲା ଧାଇଁ
ମାରିବାକୁ ଆମ ଛୁଆଙ୍କୁ ।
ଠେଙ୍ଗା ବାଡି କିଛି
ମିଳିଲା ନି ଯେବେ
କଷିକି ମାରିଲି ବିଧା ।
ହାୟ, କୋଉଠି କିଏ?
ବିଧା ବାଜିଲା ଯାଇ
ପ୍ରିୟତମା ପତ୍ନୀଙ୍କ
କାନମୂଳରେ ସିଧା ।
ମରିଗଲି ବୋପା ରଡିରେ
ଭାଙ୍ଗିଲା ନିଦ, ଭୋଳ ପିଇ
ସତେ ଜୀବନ-ମଦ ।
This poem has not been translated into any other language yet.
I would like to translate this poem