ଷାଠିଏ ଆଡକୁ
ସେଆଡେ ସବୁକୁ ରଖିଦିଅ,
ସେଇ ସ୍ଵପ୍ନମାନଙ୍କୁ,
ଯେଉଁମାନେ ଖଜବଜ
ହେବାରେ ବ୍ୟସ୍ତ ଏ ଯାଏ ।
କହିଦିଅ, ଦି ଚାରିଟା
ବିସ୍କୁଟ ସାଥୀରେ ନାଲି ଚା ଟିକିଏ
ହୋଇଗଲେ ବି କଥା ବଢିବାକୁ
ନାଇଁ କିଛି ଆଉ ।
କହିଦିଅ, କଥା ଆଉ କାଟୁ
ନ କଲେ ବି ଭୋ ଭୋ ସବୁର
ଅଛି ମୂଲ୍ୟ କେତେବେଳେ ହେଲେ ।
ପ୍ରେମର ଆଉ ଗୋଟେ ସ୍ତର ଏଇଟା
ବୁଝେଇ ଦିଅ ସଭିଙ୍କୁ, ଅଛନ୍ତି ଯୋଉମାନେ
ସହିରହି ପାଖରେ ଏଇ ଅଋତୁରେ ।
This poem has not been translated into any other language yet.
I would like to translate this poem