ବୋଳିଦିଅ
କଳା ଧଳା ହଳଦିଆ
ଗୋଟେ କାଠଖଣ୍ଡ ଉପରେ,
ସେଇଟାକୁ କହିଦିଅ ଈଶ୍ୱର
ତୁମେ ଆମର ।
ଲିପି ଦିଅ ସିନ୍ଦୂର
ପଥର ଖଣ୍ଡେରେ,
ମା ମା ଡାକି
ହୋଇପାର ପାଗଳ ।
କାଟ ଗଛ
ପୋତ ନଦୀ
ଖଟାଅ ମଣିଷ ସ୍ଵାର୍ଥ ରଖି
ଘୋଷଣା କର ନିଜକୁ ନିଜେ
ମହାନ ବ୍ୟକ୍ତି ।
This poem has not been translated into any other language yet.
I would like to translate this poem