ହୋ ଲୋକମାନେ Oh Men Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ହୋ ଲୋକମାନେ Oh Men

Rating: 5.0

କେମିତି ଭୁଷୁଡୁଛ ହୋ?
ଗଜାନନ ମିଶ୍ର

1
କେମିତି ଭୁଷୁଡୁଛ ହୋ?
ଆଉ ତୁମ ମେଣ୍ଢାମାନେ
ଗୋଟେ ପରେ ଗୋଟେ
ଯାଉଛନ୍ତି କୁଆଡେ?

2
କରା ହୋଇଥିଲା
ବହୁତ ପୂର୍ବରୁ ସତର୍କ,
ଆରେ ଦେଖ, ଇଏ
ଅନ୍ୟ ଏକ ନୀଳବର୍ଣ୍ଣ,
ହଠାତ୍ ହୋଇ ନେତା
ତୁମକୁ ବନାଉଛି ବୋକା
ଆଉ କରୁଛି ଶାସନ!

ଯଦି ଦେଇଥାନ୍ତ ଗୁରୁତ୍ୱ
ହୋ ମୋ ପ୍ରିୟ ଲୋକମାନେ
ହୋଇ ନ ଥାନ୍ତା ଘରପୋଡି
ଉଜୁଡି ନ ଥାନ୍ତା ବିଲବାଡି
ପଡି ନ ଥାନ୍ତା ଖାଲରେ
ଇଜତ ମହତ ପରିଚିତି।

3
ସୁଯୋଗ ପାଇଛ,
ଆଉ ଯାଅ ନି
ବିଷଧର ଥିବା ପୁଣି
ସେଇ କୂଅ ଭିତରକୁ,
ଆଉ ଯାଅ ନି
ମଗର ପିଠିକୁ ଡଙ୍ଗା ଭାବି
ଅତଳ ସମୁଦ୍ର ଭିତରକୁ,
ହୋ ଲୋକମାନେ
ଆଉ ହଜ ନି, ହଜାଅ ନି ନିଜକୁ,
ନିଜକୁ ଚିହ୍ନ, ନିଜ ମାଟିକୁ ଚିହ୍ନ
ନିଜ ପରିଚୟରେ ଠିଆଉଠ
ଦୃଢ ମାଡି ବସି ନିଜ ସ୍ଥାନ।

ତପୋବନ, ଟିଟିଲାଗଡ, ବଲାଙ୍ଗିର
20/3/2019

COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success