ପତାକା ଉଡା
ଗଜାନନ ମିଶ୍ର
ମୋ ପିଲା
ପାରିବ ନି ଯାଇ
ସ୍ୱାଧୀନତା ଦିବସରେ
ପତାକା ଉଡାଇ,
ମୋ ପିଲା
ପାରିବ ନି ଯାଇ
ତଥାକଥିତ ବଡଲୋକଙ୍କ
ତଥାକଥିତ ଦେଶାତ୍ମବୋଧକ
ବଡ ବଡ ସଫଳତାର
କାହାଣୀ ଶୁଣିବାକୁ।
ମୋ ପିଲାକୁ ବନ୍ଦୀକରି
ରଖି ଦିଆ ହେଉଛି ଘରେ
ଆତଙ୍କିତ କରାଇ
ବର୍ଷାର ନାଁରେ ପବନର ନାଁରେ
ଝଡତୋଫାନର ନାଁରେ।
ମୋ ପିଲାର ସ୍ୱପ୍ନକୁ ଆଶାକୁ
ଭରସାକୁ ନଷ୍ଟ କରିଦିଆଯାଉଛି
ବୃଥା ଆଉ ମିଛ ଫାଜଲାମି
କଥାର ହୋ ହାରେ।
ମୋ ପିଲାଙ୍କୁ
ଏତେ ଭୟ କଣ ପାଇଁ?
ମୋ ପିଲା ସତ୍ଯ ନ ଜାଣୁ,
ମୋ ପିଲା ମୂର୍ଖ ଗରିବ
ତଳିତଳାନ୍ତ ହୋଇ ଥାଉ,
ହଁରେ ହଁ ମିଳାଉଥାଉ,
ଭକୁଆ ହୋଇ ତାଙ୍କ
ବଡ ବଡ ବିଦେଶୀ ଭାଷାର
କଥାଭାଷା ଶୁଣୁଥାଉ,
ମୋ ପିଲା ଛତର ଖାଉଥାଉ,
ଘରେ ବନ୍ଦୀ ହୋଇଥାଉ,
ମୋ ପିଲା ରଙ୍ଗୀନ ଆକାଶ ନ ଦେଖୁ,
ମୋ ପିଲା ନିଜ ମନମୁତାବକ
କାମ କରି ନ ପାରୁ।
ନୁହଁ କି ୟେ
ମୋ ପିଲାର ମାଟି,
ମୋ ପିଲାର ଭାଷା,
ମୋ ପିଲାର ସମୟ!
ଏଇଟା କଂସ ଶାସନ
ନୁହଁ ତ ଆଉ କଣ?
କୋଉଠି ଜନସାଧାରଣ?
କହିବ କିଏ
ମୋ ଭାରତ ମହାନ!
ତପୋବନ, ଟିଟିଲାଗଡ, ବଲାଙ୍ଗିର
This poem has not been translated into any other language yet.
I would like to translate this poem