କବିତାର ମାର୍ଗରେ On Poetry Way Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

କବିତାର ମାର୍ଗରେ On Poetry Way

Rating: 5.0

କବିତା ମାର୍ଗ
ଗଜାନନ ମିଶ୍ର

ହସିବାର ବଂଚିବାର
ମାର୍ଗ ହେଉଛି କବିତା।

କବିତା ହେଉଛି
ଦେହର ଶିରାପ୍ରଶିରା।
ବାୟୁହୀନ ଶବ୍ଦହୀନ
ଖୋଲାଦିଲର ପତିଆରା।

କବିତା ରଖିଛି ସାଇତି
ଭାଷାର ଉର୍ଦ୍ଧ୍ବରେ
ସବୁ ଆଶା ସବୁ ଭରସା।

ଛାଡିଦିଅ କବିତାକୁ
କବିତାଠି, ଆଉ ବଂଚିଯାଅ
ସମୟଠୁ ବାହାରି।

ଅନ୍ଧାରର ନ ଥାଏ ଭୂମିକା
ଥିଲେ କବିତା ପାଖରେ।

ବିଶ୍ବାସକୁ ନେଇ
ଯୋଉଠି ବି ହେଉ ଆନନ୍ଦରେ
ପହଁରା ଯାଇପାରେ
କବିତାର ସ୍ରୋତରେ
ସଦାସର୍ବଦା ରଙ୍ଗୀନ ଆଲୁଅରେ।

କବିତାର ମାର୍ଗରେ
ଚାଲିବା ଗୋଟେ କଳା।
କଳାକୁ ଧଳା ଆଉ
ହଳଦିଆ ସହିତ ରଥରେ
ବସାଇନେବା ଜୀବନ ଦାଣ୍ଡରେ
ଗୋଟେ ଖେଳା।

ହୁଅ ନା ପାଗଳା,
ଗତି ପରଖ
ନାଚୁଛି କଳା ଆଖିଡୋଳା।

ତପୋବନ, ଟିଟିଲାଗଡ, ବଲାଙ୍ଗିର
14/7/2019

Sunday, July 14, 2019
Topic(s) of this poem: poetry
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success