ସଠିକ୍ ରାସ୍ତାରେ, On Right Way Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ସଠିକ୍ ରାସ୍ତାରେ, On Right Way

ହଁ ମଣିଷ ତ!
ଗଜାନନ ମିଶ୍ର

ହଁ ମଣିଷ ତ,
ଖୋଜୁଛି, ଆଉ
ସେ ମଣିଷ
ଏଠି ଅଛି,
ଅଲବତ ଅଛି।
ନ ଥିବ ବା କାହିଁକି?
ନ ଥିଲେ ଏତେ କଥା
ଏଠି ଏମିତି ହୁଅନ୍ତା ନାଇଁ!

ମଣିଷକୁ ମଣିଷ
ନ କହିବ ତ ଆଉ
କଣ ବାଘ ଭାଲୁ
କୁକୁର ମାଙ୍କଡ
ଚାଁଟି ମକରା କହିଲେ
ଭଲ ଲାଗିବ?
ଭୂତ ପ୍ରେତଙ୍କକଥା ନିଆରା,
ସେମାନେସବୁ ଥାଆନ୍ତି
କେମିତି ଆମେ ଜାଣିନେ।
ଆଉ ଶୁଣୁଛେ ଯାହା ଯେମିତି
ସେମିତି ଉଡାକଥାର
ହାତଗୋଡ ଦେଖିନେ, ଛାଡ।

ଅବଶ୍ଯ ବାଟଅବାଟ ମାଡି
ଯିବା କଥା ସଠିକ୍ ରାସ୍ତାରେ,
କହନ୍ତି ଯାହାକୁ ପକ୍କା ଖେଳୁଆଡ।
ଆଉ ସେଇଟା ସବୁ
ମଣିଷର କରାମତି, କେହି
ହୁଅନ୍ତି ନି ଅମତ।
କିନ୍ତୁ ଯାହା ହେଉ ନ ହେଉ
ଡାକିଲେ ଓ କରୁଛି
ହେଲେ ବି ଡେରି
ଏଇ ଟିକକ ଆଶ୍ୱାସନା ।

ଆଉ ଚୁମ୍ୱକରେ
କହିବାକୁ ଗଲେ
ସେମାନେ ହୁଅନ୍ତୁ କି
ହୁଅନ୍ତୁ ଏମାନେ,
ସମାନ ଉଭୟେ।
ହୁ ବମ୍ କରି ଖାଲି
ଡକା ପକାଇବା କଥା,
ଚେଇଁ ଥାଉ କି ଶୋଇଥାଉ
ଜାଣିଶୁଣି, ମଣିଷ ତ!

POET'S NOTES ABOUT THE POEM
written in odia language, odia is the official language of Odisha India. It is about men
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success