ନିଦ ବଣା
ଗଜାନନ ମିଶ୍ର
ନିଦକୁ
ନିଦ ନ ହେବାରୁ
ଉଠିଲା ଖଟରୁ
ଆଉ କହିଲା
ଚାଲ ଆଗେଇ ଚାଲ
କଦମ୍ ତାଲ୍ ରେ।
ନିଦଠି ଏତେ ସାହସ
ଜଣା ନ ଥିଲା ମତେ।
ଆଉ ନିଦ ଚାଲିଲା
ଘରଘାଟ ଭୁଲି
ଖାଲଢିପ ରାସ୍ତାରେ।
ଆଉ ଚାଲୁ ଚାଲୁ
ନିଦ ହେଲା ବଣା
ଜାତୀୟ ରାଜପଥରେ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
24/11/2019
This poem has not been translated into any other language yet.
I would like to translate this poem
Life dreams sleep all interlinked