ଜୟ ଶ୍ରୀ ରାମ
ଗଜାନନ ମିଶ୍ର
ଜୟ ଶ୍ରୀ ରାମ ତ
କହୁଛି ମୁଁ,
ତମ ଦିହ ଜଳୁଛି
କିଆଁ ଦିଦି!
ଅହିନକୁଳ ସଂପର୍କ
ଅଛି କି ଏଇଠି କୋଉଠି?
ମୋ ରାମ
ମୋ ଯିଶୁ,
ମୋ ରାମ
ମୋ ଆଲ୍ଲା,
ଜୟ ଶ୍ରୀ ରାମକୁ ନେଇ
ଶୋଭା ପାଏ ନା ଦିଦି
ଆଉ ହଇହଲ୍ଲା।
ରୁହ ସେଠି,
ପିଅ ଗଙ୍ଗାଜଲ।
କର ଶାନ୍ତ ଶରୀର।
ହେବାର ନାଇଁ କିଛି,
ପରିବର୍ତନ ଲେଖି ଲେଖି
ଚାଲିଛି ପ୍ରକୃତି।
ଦିଦି, ତୁମର ଆମର
ଯେତେ ଜଲଦି
ହୋଇଯିବ ସମଝୋତା
ସେତେ ଭଲ।
କାଳିମାଟିରେ
ଶୋଭା ପାଏ ନା
ଲାଲରକ୍ତ।
ଏକ ଭାରତ
ସମଗ୍ର ଭାରତ
ସାରା ରାଇଜ ଭାରତ,
ମାନବିକତାର ଜୟଗାନରେ
ଆମେ ମସ୍ତ,
ଶତ୍ରୁ ଭିତରେ ଆତଙ୍କ
ମିତ୍ର ମିତ୍ର ଆମେ ସାଙ୍ଗ।
ଆସ ନା, ଆସ, ମିଳାଅ ହାତ
ଲଙ୍ଗଳାକୁ ଦେବା ବସ୍ତ୍ର,
ଭୋକିଲାକୁ ଦେବା ଭାତ
ମଣିଷକୁ ଦେବା ଇଜ୍ଜତ,
ଆଗରେ ବିକାଶର ଖୋଲା ପଥ,
ଦେଖି ଚମକିବ
ସଚରାଚର ଜଗତ
ତପୋବନ, ଟିଟିଲାଗଡ, ବଲାଙ୍ଗିର
16/6/2019
This poem has not been translated into any other language yet.
I would like to translate this poem