ସମୟ ପାହାଚରେ ଚଢି
ତୁମଠିକି ହିଁ ଯାଉଛି ମୁଁ।
ତୁମେ ହିଁ ଅଛ ବୁଝିବାକୁ
ଲାଭହାନି ସବୁ ମୋର।
ଯିବାବେଳେ ଅବିକାର ମୁଁ
ଆଉ ତୁମେ ଠିଆ ବାଟରେ
ପରଖିବାକୁ ଗତାଗତ ଧାରା
ନାହିଁ ଶବ୍ଦ ନାହିଁ ଅକ୍ଷର ମୋର।
ମୁଁ ମୋର ପାଦ ପକାଉଛି,
ଆଉ ପକାଇଲାବେଳେ ଦେଖୁଛି
କିଏ କୋଉଠି କଣପାଇଁ।
ବିଷ ହେଉ କି ଅମୃତ ମଣୁଛି
ସବୁକୁ ସମାନ ଆଉ ସେଥିରେ
ଭଲମନ୍ଦ ଯାଉଛି ଜାଣି।
This poem has not been translated into any other language yet.
I would like to translate this poem
poison or nectar no matter, but live dear men.