1.
ଇ ମାଏଟ ଥି ସବୁ ହଉଥିବା,
ମାଏଟ ଲିପାପୁଛା ଚାଲିଥିବା।
ଇ ମାଏଟ ଥି ହାଏଁଡ ମଠିଆ
ସରେଇ ତେଲେନ କୁଠୁଲ ଠେଁକି
କୁଁଡିକାଚି ଉମ୍ଭେଇ ସବୁ ବନା ହଉଥିବା।
2.
ଖଁଦା ଚୁଇଲ ଜଲୁଥିବା।
ଜିବନ ଥିବା, ଜିବକି ଥିବା,
ଲୁକବାକ ଅଉଥିବେ ଯଉଥିବେ।
ଭୁଜିଭାତି ଖଉଥିବେ।
ଇତାର ନାଁ ତାହାର ନାଁ ପକଉଥିବେ।
ନୁଆ ଆରୁ କେନଟା ଥିବା।
3.
ଖୁର୍ଡାରେ ଅଏନ ହେବା,
ସିଲ୍ ସିଲ୍ ପା ଉପରେ ଉଡବା।
ରୁବନା ଥି ଚଉଲ ବିରହି ବଟା ହେବା।
ଢେଁକି ଥି ଧାନ କୁଟା ଚଉଲ ଛରା ହଉଥିବା।
ଧୁତି ଅଁଛି କପଟି ନୁକୋଟା ଥିବା।
This poem has not been translated into any other language yet.
I would like to translate this poem