1.
ନା, ମୋଟେ ନୁହେଁ,
ନିଜର ମା, ମାତୃଭାଷା,
ଆଉ ମାତୃଭୂମିକୁ
କରି ହେବ ନି ଖେଳନା ।
ଲାଭଖୋର ମନୋବୃତ୍ତିକୁ
ଦିଆ ଯିବ ନି ପ୍ରଶ୍ରୟ ।
ଏ ତିନିଟା ଆମ ହୃଦୟ ।
2.
ମୁଁ ଯାଉ ନି କାହା ପଛରେ,
ଆସ ନି ଦୟାକରି
ମୋ ପଛରେ କେହି ।
ତୁମ ରାସ୍ତା ଦେଖ ସ୍ଥିର ସେଠି ।
ଜଳ ହେଉ କି ପତ୍ର,
ଫୁଲଟିଏ ହେଉ କି ହେଉ ଫଳ
ସବୁଠି ସକାଳ ।
This poem has not been translated into any other language yet.
I would like to translate this poem