ପରିଷଦ
ଗଜାନନ ମିଶ୍ର
ହେଉଛି ତ କର,
ଅଠଚାଳିଶ ରହ
କି ଅଣଚାଶ
କାମ ନାହିଁ ଆମର।
ଏମିତି ଶାଢୀଘିଚା
ହେଉଥିବ ଆମ
ଝିଅ ଭଉଣୀର,
ବାର୍ଧକ୍ୟ ଭତ୍ତା ପାଇଁ
ଥରକୁ ଥର ଯାଉଥିବ
ବ୍ଲକକୁ ମା।
ଆଉ ତେମେଆପଣେ
ଡ଼ାକବଙ୍ଗଳାରେ
ଘିଚୁଥିବ କୁକୁଡା ଗୋଡ,
ମାଟି ହାଣ୍ଡି ପୋଡାମାଂସ
ନେଉ ଥିବ ନାଲିପାଣି ଢୋକ।
ଆଉ ଆମେ ଥିବୁ ବ୍ୟସ୍ତ
ଚାଷର ବୀମା ବାନ୍ଧିବାରେ,
ବ୍ୟସ୍ତ ଥିବୁ ତହସିଲ ଧାଇଁ ଧାଇଁ
ପଟାପାଉତି ପାଇଁ।
ବ୍ୟାଙ୍କକୁ ଯାଇପଚାରୁଥିବୁ,
ଆଜ୍ଞା, ଆସିଲା କି ଟଙ୍କା,
ପ୍ରଧାନମନ୍ତ୍ରୀଠୁ,
ଆଧାର ଆମେ
ଦେଇ ସାରିଛୁ।
ୱାର୍ଡମେମ୍ୱର ଆସୁଥିବ
କହୁଥିବ, ଚୁପ୍ ରହ,
ବଳେ ହେବ ସବୁ
ଅଛି ପରା ମୁଁ ଜଗିବାକୁ,
ଚଲେଇଛି ଚେଷ୍ଟା
ପଶିବି କେମିତି ପରିଷଦକୁ ।
This poem has not been translated into any other language yet.
I would like to translate this poem