1
ଘର ଅଛି ମଣିଷ ନାହିଁ,
ମଣିଷ ଅଛି ଦୟା କ୍ଷମା କିଛି ନାହିଁ।
ନାହିଁ କିଛି ଆକାଶ ମାଟି।
ଅଛି ଯାହା କିଛି କାମର ନାହିଁ।
2
ଯାଉଛି ଦବି ମାଟି, ଆକାଶ ଯାଉଛି ଉଠି।
ହଜୁଛି ଚିନ୍ତା ଚେତନା,
ପଚାରୁଛି କେମିତି ଅଛ ଭାଇନା!
ନନା, ଆଉ କହନା,
ଏଠି ସବୁ ମନା।
3
ଏତେ ଘଟଣାର କବିତା କାହିଁ?
ଏତେ କବିତାର ଭାବ କାହିଁ?
କୌଣସି ପ୍ରଶ୍ନର ଉତ୍ତର ନାହିଁ।
କବିତାରେ ଭାବ ଟିକିଏ ନାହିଁ।
4
ପିଆଜ ଜାଗାରେ କପା ଖ
ଖୋଲା ହୋଇଛି ମଣ୍ଡି ଦେଖ।
ମଣ୍ଡିରେ ନାଚୁଛି ଭାଲୁ
ସେଇଠି ଛପିଛି
ଲାଲୁ।
ତପୋବନ, ଟିଟିଲାଗଡ, ବଲାଙ୍ଗୀର
18/11/2020
This poem has not been translated into any other language yet.
I would like to translate this poem