ଅଛି ମୁଁ ହିଁ,
ମତେ ହିଁ କହୁଛ ସବୁ,
ମତେ ହିଁ ଦେଉଛ ସବୁ,
ନେଉଛ ବି ସବୁ ମୋଠୁ।
ମୋ ପାଇଁ ହିଁ ଅଛ,
ମୋ ପାଇଁ ଆଲୁଅ ଅନ୍ଧାର,
ମୋ ପାଇଁ ତାମସା ଯିବା ଆସିବାର।
ମୁଁ ହିଁ ତୁମର ସ୍ୱରୂପ,
ତୁମର ପ୍ରଭାବ
ତୁମର ପ୍ରକାର ।
ଭୁଲି ଯାଅ ଶବ୍ଦ, ନାମ,
ଭୁଲି ଯାଅ ଜ୍ଞାନ, ଭ୍ରମ।
ଏଠି ତ ମୂଳରୁ ନାହିଁ ଦିନ
କଣକୁ ଖୋଜୁଛ ଆଉ ପ୍ରମାଣ!
ସ୍ଥାନ ନିର୍ଜନ,
ଜନ୍ମ ମରଣ ଜିଣି
ରେ ଅଜ୍ଞାନ, ଏଠି
ଯାଅ ରହି ଅହଙ୍କାର ଶୂନ୍ୟ ।
ଖୋଜ ନା, ପାଇବ ନି
ହସ୍ତ ପଦ କର୍ଣ।
This poem has not been translated into any other language yet.
I would like to translate this poem