କର ପ୍ରାର୍ଥନା
ଗଜାନନ ମିଶ୍ର
ଆଃ, ଗହଳି ପ୍ରବଳ,
ସଂକଟ ଗୁରୁତର।
ଆସୁ ଆସୁ କରିଦେଲା
ମନା ମଳୟ।
ଡର, ନିଜକୁ
ନିଜର ।
ଘମାଘୋଟ
ଛାଇ ଆଲୁଅ ଖେଳ।
କର ପ୍ରାର୍ଥନା
ଖାତିର କର ନା
ଆସୁ ଯେତେ ଯାତନା।
ପାଣି ଆଲୁଅ ପବନ
ଆକାଶ ଆଉ ମାଟି
ସର୍ବଗୁଣ ସଂମ୍ପର୍ନା।
ତପୋବନ, ଟିଟିଲାଗଡ, ବଲାଙ୍ଗିର
8/7/2019
This poem has not been translated into any other language yet.
I would like to translate this poem