କବି ସେpoet He Is Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

କବି ସେpoet He Is

କବିଟା!
କବି ସେ,
ଗୁଣ୍ଡା ବଦମାସ
ମିଛୁଆ ଦଲାଲ
ହେବ କେମିତି!

ହାତେ ମାପି
ଚାଖଣ୍ଡେ ଚାଲିବା ବାଲା,
ସୂଚୀମାଚି ପରୀକ୍ଷା କରି
ଭିତରୁ ଶବ୍ଦ କାଢିବା ବାଲା,
କବି ସେ,
ପୂରାସମୟ କବି,
କାର୍ଯ୍ୟରେ କଥାରେ,
କରୁଛି ସଂଘର୍ଷ
ବଂଚିବା ପାଇଁ,
ରହିଛି ସ୍ନେହ ପ୍ରେମରେ।

ଯିବାକୁ ଦେଉଛି
ଯିବି ବୋଲି କହିବା ଲୋକକୁ,
ରହିବା ଲୋକକୁ
ରଖୁଛି ବାନ୍ଧି ଶ୍ରଦ୍ଧାରେ ସମ୍ମାନରେ।

କବି ସେ,
ଟିକିଏ ବର୍ଷା,
ଟିକିଏ ଖରାରେ
ଖେଳିବା ଲୋକ,
ପଡିଆ ସାରା
ବୁଲି ବୁଲି ଦେଖିବା ଲୋକ
ଦୂବ କଅଁଳିବାର ପ୍ରକ୍ରିୟା।

ରହୁଛି ଭୟଶୂନ୍ୟ,
କବି ସେ।
ଅଛି ଶାନ୍ତିରେ,
କବି ସେ।
ଯାଉଛି ଯୁଆଡେ,
ସେଇଟା ହୋଇ ଯାଉଛି ବାଟ।
କବି ସେ
କହୁଛି ଯୋଉଟା
ସେଇଟା ସତ, ବେଦ।

ଅସୂୟା ହେଲେ
କବି ପ୍ରତି,
ସେଇଠି ବିପଦ।

Tuesday, September 11, 2018
Topic(s) of this poem: life
POET'S NOTES ABOUT THE POEM
written in odia language, odia is the official language of Odisha India, it is about a poet, his lifestyle, words and actions
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success