କାଳିଆ ବଳିଆ
ଗଜାନନ ମିଶ୍ର
ଯା ବେଃ ଯା
ହାତ ଧୋଇ କବିତା
ଲେଖି ଆ ଯା!
କବିତା କଣ ବେଃ?
ଜାଣି ନୁ ତ
ପଚାରୁ ନୁ!
କୋଉ ଶଳା ଅଛି ଆଉ
ଦେବ ବତେଇ
ସକାଳ ନ ହେଉଣୁ!
ବର୍ଷ ବର୍ଷର
ସବୁ ସଂଚିତ ଦୁଃଖ
ନା ତୋର ନା ମୋର!
ହଜି ପାଇ ଯାହା
ଆଲୁଅ ଘେରରେ
ନାଚିବାରେ ବ୍ୟସ୍ତ ତୁ।
ମନଭରି ପିଇ ଚାଲ୍
ପବନ ଆଉ ଆଗେଇ
ଯାଉ ଥା କଦମ୍ ତାଲ୍ ।
କିଏ କାଳିଆ ଆଉ
କିଏ ବଳିଆ ଜାଣୁ ଜାଣୁ
ବୁଡି ସାରିଥିବ ଭେଳା!
ତପୋବନ, ଟିଟିଲାଗଡ, ବଲାଙ୍ଗିର
9/12/2019
This poem has not been translated into any other language yet.
I would like to translate this poem