ପଚାର ନା କଣ କବିତା,
ଯାହା ପାରୁଛ, ପଢ,
ଆଉ କର ଅନୁଭବ
ତୁମେ ଅଛ କେମିତି
ସେଇ ଭିତରେ ।
ଅଛ କେମିତି କବିତା ଭିତରେ
ବଡ କଥା ନୁହଁ ଜାଣିବା,
ବଡ କଥା ହେଲା କବିତା ହୋଇ
ବଂଚିବା କବିତା ଭିତରେ ଆଉ
ଜୀବନକୁ ପାଇବା ।
ଜୀବନକୁ ପାଇଗଲେ
ହୋଇଗଲା ସବୁ କହୁ ନି,
କହୁଛି ଜୀବନ ଭିତରେ କବିତା
ହଜୁଛି କେତେ ।
This poem has not been translated into any other language yet.
I would like to translate this poem