ହଉ ଛାଡିଦେବି କବିତା ଲେଖା କହୁଛ ଯଦି,
କବିତାରେ ସତରେ କଣ ହେଉଛି,
କଣ ବି ନ ହେଉଛି!
ହେଉ ତଥାପି ଛାଡି ଦେବି,
କିନ୍ତୁ ଛାଡିବି ଗୋଟିଏ ସର୍ତରେ-
ମଦୁଆ ଯଦି ଛାଡି ଦେବ ମଦ,
ମଣିଷ ଅମଣିଷପଣିଆ,
ହିଂସା, କାମ, କ୍ରୋଧ, ଅସୂୟା।
ଛାଡି ଦେବି ଲେଖା
ଗୋଟିଏ ସର୍ତରେ-
ଯଦି ଛାଡିଦେବ ତୁମେ
ପଛରୁ ଛୁରୀ ଭୁଷିବା,
ବିନା କାରଣରେ ଜଣକୁ
ଆନର ନାଁରେ ଛ ନ କହିବା
ଆଉ ମଜା ଉଠାଇବା,
ଗୋଳିଆ ପାଣିରୁ ମାଛ ଧରିବା।
ଛାଡିଦେବି କବିତା-
ଛାତିରେ ହାତ ଦେଇ କହିବ ଯଦି
ଅଛ ତୁମେ ସତ୍ଯରେ
କୌଣସି ପ୍ରକାରର କ୍ଷତି
ଚାହିଁ ନ କାହାର କେବେ।
ସହିଛ ଆନକୁ
ଏ ମାଟି ଉପରେ।
ଛାଡି ଦେବି, ଯଦି
ଛାଡିବ ତୁମେ ଭେଦଭାବ
ମଣିଷ ମଣିଷ ଭିତରେ,
ଜୀବ ଜୀବ ଭିତରେ,
ଯଦି ରଖିବ ବାନ୍ଧି ସଭିଙ୍କୁ
ଏକତାର ସୂତ୍ରରେ।
ଛାଡି ଦେବି କବିତା ଲେଖା,
ରଖିବ ଯଦି ହୃଦୟ ନିର୍ମଳ,
ଜୀବନକୁ ଦେବ ନିର୍ମଳ ସକାଳ,
ଦୂରରେ ରଖିବ ମୁଁ ମୋର।
ସହଜ ସୂତ୍ର,
ଖୋଜି ଲୋଡି ସାଉଁଟି ରଖିବ
ପ୍ରକୃତିର କୋଳ।
ଅମୃତ ପୁତ୍ରହେ,
ସଳଖି ଯାଅ ସଅଳ,
ତୁମଠି ତୁମର ଭାଗ୍ୟ।
କହିବି ନି ଆଉ କବିତା
ଲେଖ ଆଉ ପଢ-
ଦେବ ଯଦି ନିସର୍ତପ୍ରେମ,
ମାନିବ ଯଦି ଏ ଚରାଚର ବିଶ୍ୱ
ଗୋଟିଏ ଇ ଗ୍ରାମ।
ଚିହ୍ନ ଓ ଚିହ୍ନାଅ ନିଜକୁ
ଆଉ ଆନକୁ,
ପାଅ ଉତ୍ତର ନିଜକୁ ନିଜେ
ପଚାରି ପ୍ରଶ୍ନ।
କବିତା ତ ଜୀବନ
ଆଉ
କବିତା ଲେଖାର
ଏଇ ସବୁ ଇ ଲକ୍ଷ୍ୟ।
There is no need to leave writing. Poems flow from heart and soul. You should continue writing. An amazing sharing is done here...10
This poem has not been translated into any other language yet.
I would like to translate this poem
Poetry is life and life is poetry.The poet has the power to turn a frog into a Prince and a Prince into a frog.++10