ମଝି ରାତିଟାରେ ତୁଟିଯାଏ ନିଦ
ତୁଟିଯାଏ ହଠାତ୍ ସ୍ୱପ୍ନମାନଂକ ମହାକୁମ୍ଭ
ସବୁକିଛି ଲାଗେ ଭାରି ଭାରି
ତୋ କଥା, ମୋ କଥା, ଆମ କଥାର
ସୂତାଖିଅ ହୁଏ ଅସଜଡ଼ା ନଟେଇରେ
ଗୁଡିଟା ଉଡୁଉଡୁ ଧଇଁ ପେଲେ ମଝି ଆକାଶରେ
ମଳୟ ଯେତେ ବି ପ୍ରଖର ଥିଲେ
ତଳ ମୁହାଁ ଖସିବାର ବେଦନା ତ
ଭୋଗିବାକୁ ପଡ଼େ!
କିଏ କହେ ସ୍ୱପ୍ନମାନେ
ନିଃଷ୍ପ୍ରଭ ଆଉ ନିଃସତ୍ତା
କିଏ କହେ ସେମାନେ
ଜାଗର ରାତିର ବିଲୁପ୍ତ ପତ୍ତା
ନା' ଗୋ,
ସେମାନେ ଶୂନ୍ୟ ମହାଶୂନ୍ୟ
ପ୍ରକାଣ୍ତ ବ୍ରହ୍ମାଣ୍ତ
ନାଉ କି ଚନ୍ଧୁଅ ହୋଇ
ପ୍ରାଣପୁରୁଷ ଦିହରେ ଓହଳିଥିବେ
ଆଉ ଆମେ ବାଟ ଚାଲିବାକୁ
ସେମାନେ ପ୍ରଚଣ୍ତ ଆଧାର!
This poem has not been translated into any other language yet.
I would like to translate this poem
Life stand on a bunch of dreams. It is an essentialty.Thanks.