ଅନ୍ନ
ଗଜାନନ ମିଶ୍ର
1
ଅନ୍ନରୁ ଜନ୍ମ,
ଜନ୍ମରେ ସକଳ ପୂଣ୍ଯ ।
ଅନ୍ନ,
ମେଘ ଯୋଗେ ଅନ୍ନ,
ଯଜ୍ଞରୁ ମେଘ।
ମେଘ,
କର୍ମରୁ ମେଘ,
ଶବ୍ଦରୁ କର୍ମ।
କର୍ମଶବ୍ଦ,
ଶବ୍ଦଯଜ୍ଞ,
ମୂଳରେ ଅକ୍ଷର,
ଅକ୍ଷୟ,
ସର୍ବବ୍ୟାପକ,
ଅବିନାଶୀ ବ୍ରହ୍ମ।
ବ୍ରହ୍ମ ଜୀବନ,
ମୂଳରେ ଅନ୍ନ।
2
ଅନ୍ନ,
ଅନ୍ନ ପାଇଁ
ଜୀବନ।
ଅନ୍ନ ପାଇଁ
ଆତ୍ମଚିନ୍ତନ।
ଅନ୍ନ ହିଁ
ପୂର୍ଣ।
ଅନ୍ନରେ
ସବୁ ସଂଲଗ୍ନ।
ଅନ୍ନ,
ସବୁର କାରଣ।
କର ଗ୍ରହଣ ଅନ୍ନ
ଆସକ୍ତିଶୂନ୍ୟ।
କର କର୍ମସାଧନ
ଆସକ୍ତିଶୂନ୍ୟ।
ପ୍ରାପ୍ତ ହୁଅ ଅନ୍ନ
କରି ପ୍ରଯତ୍ନ
ନିରଳସ ସାବଧାନ।
3
ଅନ୍ନଲଗ୍ନ
ନିଶିଦିନ।
ମହତଜନ
କର ଅନୁସରଣ
ତେଜି ଅଳସପଣ।
ଅନ୍ନ
ଅନ୍ନ ହିଁ ଜ୍ଞାନ।
ପରିହରି ଅହଂ,
ରଖ ନା ନିଜଠି
କର୍ତାପଣ।
ତତ୍ତ୍ୱବୁଝ ଜ୍ଞାନୀଜନ,
ଆସକ୍ତ ନୁହଁ,
ପ୍ରଣାମ ଘେନ।
ମା
ମାଟି
ମାତୃଭାଷାରେ
ଲଗାଅ ମନ।
ପ୍ରଜାଜନ,
ଥାଅ ଶ୍ରଦ୍ଧାଯୁକ୍ତ
ଥାଅ ଦୋଷଦୃଷ୍ଟି ଶୂନ୍ୟ।
ଜ୍ଞାନବିଜ୍ଞାନ ପୂର୍ଣ
ଅମୃତମୟ ଜୀବନ
ନିଅ ଯତ୍ନ
ମନପବନ ବାସସ୍ଥାନ
ଅମଳିନ।
ମୂଳରେ
ଶୁଦ୍ଧସୁବର୍ଣ ଦିନ,
ଅନ୍ନ।
This poem has not been translated into any other language yet.
I would like to translate this poem