ପୁରୀ ଆଉ କବି Puri And Poet Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ପୁରୀ ଆଉ କବି Puri And Poet

Rating: 5.0

ପୁରୀରେ ରହିଗଲେ
ଗଜାନନ ମିଶ୍ର

ପୁରୀରେ ରହିଗଲେ କେହି,
ଅବା, ପୁରୀରେ
ରହିଥିବା ଲୋକକୁ,
ଜଗନ୍ନାଥଙ୍କ ଭକ୍ତ କହିବା,
ଆଦୌ ନୁହେଁ ଠିକ୍।

ଶବ୍ଦକୁ ଶବ୍ଦ ଯୋଡି
ଯାଦୁ ଦେଖାଇବା, ନଜସ୍ୱ
ଷ୍ଟାଇଲ କହି, ଚା ପାନ ମିଠା
ଖୁଆଇ ଅନ୍ୟର ମନ
ମୋହିବା, ନୁହଁ କବି ହେବା।

ପୁରସ୍କାର ସାଉଁଟି ଆଉ ପୁନର୍ବାର
ପୁରସ୍କୃତ ହୋଇ
ଯେଣ ତେଣ ପ୍ରକାରେଣ,
ଆଉ ମଣିଷତ୍ୱ ହରାଇ
ବଡଲୋକି ଦେଖାଇବା,
ଆଗରେ ଗୁଣ ଗାଇ
ପଛରେ ଦୋଷ ବାଛିବା
ନୁହଁ ମଣିଷ ହେବା।

ସିଏ ମଣିଷ,
ଯିଏ ପାରିଛି ଚିହ୍ନି ନିଜକୁ,
ଯିଏ ପାରିଛି ଜାଣି
ଆଉ ପାରିଛି ବୁଝି
ଜୀବନ କେମିତି
ସମୟ କେମିତି
ପ୍ରକୃତି କେମିତି
ଆଉ ରହିଛି ନିଜଠି
ସବୁଦିନକୁ ନିଜର ହୋଇ,
ସିଏ ଇ ଭକ୍ତ
ସିଏ ଇ କବି।

ତପୋବନ, ଟିଟିଲାଗଡ, ବଲାଙ୍ଗିର
11/3/2019

COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success