ଦୁଇଗୁନା ଲାଭ
ଗଜାନନ ମିଶ୍ର
ଥିଲେ ପାଟନା-ବଲାଙ୍ଗିର ରଜା
ପୁରଥିରାଜ ସିଂହ।
ସିକେର ଜଙ୍ଗଲେ
ଚାକରି କର୍ ଯା
ବଏଲେ ଝନେକେ।
ସେ ଝନକ ପଚରାଲା
ଦରମା କେତେ ଦେବେ
ମାହାପୁରୁ!
କହେଲେ ରଜା -
ହଏରେ ଟୁରା,
ମୁଇଁ କେଁ ଭକୁଆ!
ଦୁଇଗୁନା ଲାଭ ମୋରନୁ
ଭାବୁଛୁ ଉଠାବୁ!
2
ଏବର ଉଡଶା ସରକାର,
ସ୍ୱାଧୀନ ଭାରତ।
ଜ୍ଞାନୀ, ଇଂଲିଶ ପାଠୁଆ!
ଝନେକେ ଅର୍ଡର ଦେଲେ
ଯା ବୋ ଯା, ମୁରିବାହାଲେ
ତହସିଲଦାର ହେବୁ।
ଚିକିର ପୋ, ସାହସ ନେଇଁ
ପଚରାବା କାଣା!
ମୁରିବାହାଲେ ଜେତକି
ବାଏଲ ମାଏଟ ଗେଟି ପଥର
ସବୁଠାନୁ ସାଁକଲିଲା ଟଙ୍କା,
ସରକାରନୁ ଦରମା ଭି
ସାଠେ ହଜାର, ପାବାର ଦେଖାଲା
ପାଟନାରଜା ପୁରଥିନୁ ଜାଦା!
ତପୋବନ, ଟିଟିଲାଗଡ, ବଲାଙ୍ଗିର
20/8/2019
This poem has not been translated into any other language yet.
I would like to translate this poem