Raija saaraa kalaapataakaa patuaar
Beaaina kaamaku dhwansa karibaaku.
Bhoiutika jagataku sapha karibaaku
Achhi kalaa.
Aganatantrika, asaambvidhanika bhashaku nasta
Karibaaku achhi kalaa.
Gotie swadare kala pijaau
Sabu sabda sabu sparsha sabu aakaara
Maatira basnaare jaagatika andharare.
Raijasaraakalaapataakaa patuaar
Rajaa aau mantrigana nija aayattare
Nahan jadi, lokanka ragara
Muhanmuhin heba prastuta raha,
Tumar sabu bastubaadi prakruti dhari
Padiba tale, tale andharare.
Ethare loke hin satya,
Raajaa o mantrigana
Lokanku suni parunahan!
Klaa pataakaa daakuchhi aau deuchhi
Tumaku bahuta sujoga,
bhala pain nijaku sudharinebaaku.
ରାଇଜସାରା କଳାପତାକା ପଟୁଆର
ବେଆଇନ କାମକୁ ଧ୍ଵଂସ କରିବାକୁ ।
ଭୌତିକ ଜଗତକୁ ସଫା କରିବାକୁ
ଅଛି କଳା, ଅଗଣତାନ୍ତ୍ରିକ, ଅସାମ୍ବିଧାନିକ
ଭାଷାକୁ ନଷ୍ଟ କରିବାକୁ ଅଛି କଳା ।
ଗୋଟିଏ ସ୍ଵାଦରେ କଳା ପିଇ ଯାଉ
ସବୁ ଶବ୍ଦ ସବୁ ସ୍ପର୍ଶ ସବୁ ଆକାର
ମାଟିର ବାସ୍ନାରେ ଜାଗତିକ ଅନ୍ଧାରରେ ।
ରାଇଜସାରା କଳାପତାକା ପଟୁଆର,
ରାଜା ଆଉ ମନ୍ତ୍ରୀଗଣ, ନିଜ ଆୟତ୍ତରେ
ନାହଁ ଯଦି, ଲୋକଙ୍କ ରାଗର ମୁହାଁମୁହିଁ
ହେବ, ପ୍ରସ୍ତୁତ ରହ ।
ତୁମର ସବୁ ସ୍ଵାର୍ଥ ବସ୍ତୁବାଦୀ ଧରି
ତଳେ ପଡିବ ଅନ୍ଧାରରେ ।
ଏଠାରେ ଲୋକେ ହିଁ ସତ୍ୟ ।
ରାଜା ଓ ମନ୍ତ୍ରୀଗଣ, ଲୋକଙ୍କୁ
ପାରୁ ନାହଁ ଶୁଣି!
କଳାପତାକା ଡାକୁଛି ଆଉ
ଦେଉଛି ତୁମକୁ ବହୁତ ସୁଯୋଗ
ଭଲ ପାଇଁ ନିଜକୁ ସୁଧାରିନେବାକୁ ।