ରାମଜିଛକର ରାଜୁଦୁକାନେ
କାଣା ନେଇଁ ମିଲୁଥେଇ!
ମୋର ନନା ପରେ କହୁଥିଲେ
ଜେନଟା କାହାରିରନେ ନେଇଁନ
ରାଜୁ ଦୁକାନୁ ଆନ।
ତୁଇ ମୁରୁକଗୁଟେ କେଁନ!
ଇ ପଟନାରେ ଏତକି ଜଦରଭି
ନେଇଁ ନ ତୋର ଗିଆନ।
ଆରେ, ଲାଗସି କିଛୁ ନେଇଁନ
ଆମରବାଗିର ଲୁକକେ ବାହାରୁ,
ହେଲେ ହେଟା ସବକରନୁ
ପୁରନା ଦୁକାନ, ଭରି ହେଇଛେ
ଭିତରେ ଭିତର ଖଚାଖଚ୍ ସବୁ।
ଯା ଆରୁଥରେ, ନି ଥିଲେ ଭି କିହେ
ରାଜୁ ବୁଢା ବସିଥିବା,ଦେଖୁନସାଏର
ପଚରାବା କାଁ ବଲୁଛୁରେ ବୁଆ,
ଅମକା କି ଠିମକା ବଲୁନ ସାଏର
କହେବା, ଆଛେ, ଏକ ଲିମିଟ ଅଟକୁ,
ହଏରେ ଏ ଅଏଁଠୁ, ଆ ତ ଇଆଡେ,
ଜଲଦି ଇ ବାବୁକେ ଦେ
ଡେବରିଫାଲର ପଟାତଲେ
ଟିନଡବାଥି ଅଛେ, ଦେ ଦେ ଦେ
ଉଷୋ କରବେ, ଚୁରନା ଚୁହାବେ,
ପରୁର ହରଡା, ବଣିହା କାମ କରବା,
ଦେଖବ ବାବୁ, ନେଇକରି ପରଖା କର ।
This poem has not been translated into any other language yet.
I would like to translate this poem