ପଢ ମୋର ପ୍ରତିଟି କବିତାread My Each Poem Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ପଢ ମୋର ପ୍ରତିଟି କବିତାread My Each Poem

Rating: 5.0

କବିତା ଲେଖିଲାବେଳେ
ନିଜକୁ ଭୁଲି କବିତାରେ
ହୋଇଥାଏଁ ଏକାକାର।
କବିତା ଲେଖିଲାବେଳେ ମତେ
କୁହ ନା କିଛି, ମୁଁ ନ ଥାଏଁ ତୁମର
ହୋଇ ଏଇ ଘରେ ତୁମର।

କର ନା ବିରକ୍ତ ମତେ, ପ୍ଲିଜ,
ମୁଁ ନୁହଁ କବିତାର ବି।
କବିତା ପାଖରେ ବି ନାହିଁ
ମୋର ମୋହ କି ମୁକ୍ତି।

ବ୍ୟବହାର କରୁଛି ମତେ କବିତା,
ଅକ୍ଷର, ଶବ୍ଦ ଆଉ ଭାବକୁ ଫେଣ୍ଟି
ମତେ ଦେଉଛି ଘାଣ୍ଟି।
ମୁଁ ନୁହଁ ଶବ୍ଦର, ନୁହଁ ବି ଭାବର।

ସ୍ପଷ୍ଟ କରି କହିବି ଯଦି
ଚାଲିଯିବାକୁ ଚାହେଁ ମୁଁ
ବହୁତ ଦୂର, ବହୁତ ଦୂର।
ଜାଣେ ନା ଯଦିଓ
କୋଉଠୁ କୋଉ ଜାଗା
କେତେଦୂର, ଆଉ କଣ ସେ
ମାପଦଣ୍ଡ ଦୂରତା ମାପିବାର।
ଯାଆନ୍ତି କେମିତି, ଆଉ
ଗଲାବେଳେ ନିଅନ୍ତି କଣ!

ତଥାପି ମୁଁ ଚାହେଁ ଯିବାକୁ,
ଜାଣେ ଯାଉଛି ମୁଁ ଆଉ
ଅଛି ଯିବାକୁ ହିଁ।
ଗଲାବେଳେ କବିତା
କରି କରି ଯାଏ ମୋ ଭିତରେ,
ମୁଁ ବଳି ପଡେଁ କି କଣ
ଜାଣେ ନା, ଜାଣି ପାରେ ନା,
ଜାଣିବାକୁ ଚାହେଁ ନା।

କବିତାରେ ବାହାରିପଡେ କିନ୍ତୁ
ମାନ ଅଭିମାନ ରାଗ ଦ୍ୱଷ ଈର୍ଷା
ଆଉ ଆଉ ସବୁ, ଜାଣେ ନୁହଁ
ମୋର କଛି ବି ଏଥିରୁ।

ଅଲଗା ମୁଁ ସବୁଠୁ,
ଏପରିକି ତୁମଠୁ।
ମତେ ବନ୍ଧା ପକାଇବାର
କର ନା ଅପଚେଷ୍ଟା।

ପାରୁଛ ଯଦି ପଢ
ମୋର ପ୍ରତିଟି କବିତା,
ମନ ଲାଗିଲେ ପ୍ରକାଶ କର
ଦି ଚାରିପଦ କଥା,
ନୁହଁ ମୋ ପାଇଁ,
କରିବ ଯାହା, ମନେରଖ,
କରିବ ନିଜ ପାଇଁ ହିଁ।

COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success