ଲେଖିଛ କଣ
ପଢ ନିଜେ,
ପଢିକି କହ
କି କାମର ଏସବୁ।
ବନ୍ଦ କର
ତୁଚ୍ଛା ଡିଣ୍ଡିବ ପିଟା,
ଏଡେ ବଡ ତେଡେ ବଡ,
ବିରକ୍ତିକର ଘୋ ଘା।
ମନ ହେଲା
ନିଅ ସାଉଁଟି ସବୁ,
ଯମ ଦୁଆରେ
କରିବ ହେତୁ।
ନିର୍ଦୟ ଲୋଭୀ କାମୁକ,
ଭାବେ ସର୍ବେ ଭକୁଆ ଲୋକ।
This poem has not been translated into any other language yet.
I would like to translate this poem
Let us study the men, and nature and try to write the truth