ହ୍ୟାଲୋ, ବାଳର
ରଙ୍ଗକୁ ଦେଖ ନା,
ବୁଝ ମୋର ଶବ୍ଦକୁ,
କଳାରଙ୍ଗ ମଡେଇ
ପାରିବ ନି ଯାହା
ଉପରେ କେବେ ।
ରଙ୍ଗ ସହିତ ତୁଳନା
ମତେ କରୁଛ ଯଦି,
ବୁଝ, ତୁମେ ଅଛ
ଭୁଲ ବାଟରେ ।
ଶବ୍ଦର ବାଟ ଅନେକ,
ଆଉ ସେଇ ସବୁ ବାଟ
ପୁଣି ଯାଇ ମିଶିଛି
ଯୋଉଠି, ସେଇଠି ଇ
ଦୃଢ଼ ମୋର ସ୍ଥିତି ।
ନିଆଁରେ ପୋଡିବା
କି ପବନରେ ଉଡାଇବା
କି ପାଣିରେ ବୁଡାଇବା
କଥା ଭାବି ନଷ୍ଟ କର ନା
ତୁମର ଏତେ କଷ୍ଟରେ
ପାଇଥିବା ସମୟ ।
ଆଉ ଦେଖ, କେମିତି
ମୁଁ ଝଲସି ଉଠୁଛି
ତୁମରି ଆଗରେ
ସଦାସର୍ବଦା ଏଇଠି
ତୁମର ଚାହିଁବା ଆଉ
ନ ଚାହିଁବାଟାକୁ ସୁସୁରି
ମାରି ଉଡାଇଦେଇ
ଗୋଟିଏ ଚୁଟକିରେ ।
This poem has not been translated into any other language yet.
I would like to translate this poem