କହିଲ ଯେ ମହାଶୟsir, You Said That Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

କହିଲ ଯେ ମହାଶୟsir, You Said That

Rating: 5.0

ନା ମୁଁ ଦେଖିଛି ଗାନ୍ଧୀଙ୍କୁ
ନା ଦେଖିଛି ଶାସ୍ତ୍ରୀଙ୍କୁ!
କହିଲ ଯେ ମହାଶୟ,
ନ ଦେଖିଲାଟା ସତ ନୁହଁ
ଲେଖିବ ନି ଏ ଶପଥ ପୂର୍ବକ
ପ୍ରମାଣ ପତ୍ରରେ।
ମୁଁ କଣ କରିବି ଯେ!
ସତ ହେଉ ମିଛ ହେଉ
ଶୁଣିଛି ତ, ପଢିଛି ତ!

ଆଉ ଗଲା କିଏ
ବାଘ ହାବୁଡରେ
କୋଉ ଗାଁରେ,
ମୋର କି ଯାଏ
ଉଡା ଖବରରେ!
ମୁଁ ବା କିଆଁ ଆଇଛି
ତୁମଠିକି କହିବି ବୋଲି
ଏତେ ସେତେ!

ହେଲା ଯେ
ଲେଖ ନ ଲେଖ,
ମୋର ମୁଁ ଅଛି।
ମିଛ ବୋଲ କି ସତ ବୋଲ
ମୋର କଣ ଯାଉଛି
କି ଆଉଛି!
ଏମିତି ପଚାରିଲ ବୋଲି
ଆଉ ଜାଣିଛି ବୋଲି
ଦି ଚାରିପଦ କହିଦେଲି।
କହି ନି ବୋଲି ଭାବିନେଲେ ବି
ଚଳିଯିବ ଏଇନେ!

COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success