ଆକାଶିଆ ହସ Sky- Smile Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଆକାଶିଆ ହସ Sky- Smile

ସଇଚ ଅନ ଥାଉ,
ଚାହେଁ ନା କିନ୍ତୁ
ପଙ୍ଖା ଘୂରୁ।
ପଙ୍ଖା ଘୂରିଲେ ଘୂରୁ,
ଚାହେଁ ନା କିନ୍ତୁ
ପବନ ଆସୁ।
ପବନ, ଥଣ୍ଡା ହେଉ
କି ହେଉ ଗରମ,
ନାଇଁ ବିଶ୍ବାସ।
ଆଉ ବିଶ୍ୱାସ ନ ଥିଲେ,
ଜାଣ, ଲାଗିବ ନି
ବେଳ, ଦିଶିବାକୁ
ଆକାଶିଆ ହସ,
ଆହା, ସେଇଠି
ସବୁଶେଷ।

2.

କରେ ନା ସ୍ୱୀକାର
ବେକାର।
କିଏ ବେକାର?
ଦା କି ହାତୁଡି!
କବି କରେ ନା
ସ୍ୱୀକାର।

ସ୍ୱୀକାର,
କରେ କି ନ କରେ,
କଣ କିଛି ବେକାର!
ବୁଝେ କବି?
ବୁଝେ କି ନ ବୁଝେ,
ଶବ୍ଦ ଉଚ୍ଚାରେ।
ଆଉ ସେଇ ଶବ୍ଦରେ
ହଟେ ଅନ୍ଧାର।

ହଟେ ଅନ୍ଧାର,
ସଭିଙ୍କୁ ସବୁ ଦିଶେ,
ସବୁ ଜଣାପଡେ।
ଭିତରେ ଥାଏ କବି,
ପଚାରେ କଣ ହେଲା କି,
ମାୟାର ଚାଲାକି!

ମାୟାର ଚାଲାକି,
ସମୟର ବାହାଦୁରୀ,
ବଳିପଡେ ବିଚରା କବି
ସବୁଆଡ ଥାଏ ଆଲୁଅ ପୂରି।

Saturday, September 22, 2018
Topic(s) of this poem: life
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success