ଓଡିଶା କଥା
ଗଜାନନ ମିଶ୍ର
କହ ବେ, ଓଡିଶା କଥା କହ,
ମଦ ବିକିଲେ ପୁରସ୍କାର ଦେବେ ଜହ, କଣ ସତ!
ଦିଲ୍ଲୀ ସହିତ ଲୁଚକାଳି ଖେଳି, ଖେଳାଇ
ଲଡୁ ଖୁଆଇ, ଲୋକଙ୍କୁ ଭୁଲାଇ, ମାନ ଇଜ୍ଜତ ବୁଡାଇ,
ଜାତିକୁ ଧ୍ୱଂସ କରିବା ଚକ୍ରାନ୍ତ କଣ ମିଛ!
କହ ବେ ଓଡିଶା କଥା କହ,
ସାମ୍ନାରେ କେଡେ ଗହଗହ ମହମହ,
ଭିକାରୀ ହେବାକୁ ବି ନାଇଁ ଯୋଗ୍ୟତା ବେ
ପ୍ରତିଷ୍ଠା କରିବାକୁ ଆଉଛି ଭାଗମାପ ରାଜ୍ୟ।
ଆରେ ହେ, ଦିଲ୍ଲୀର କେତେ ବି
ଅଛନ୍ତି ଏଇଠି ଗୁପ୍ତଚର, ସବୁ ଚୋର
ସଲାସୁତୁରାରେ ନଷ୍ଟ କରାଯାଉଛି ମାଟିପର୍ବ।
କହବେ, ଓଡିଶା କଥା କହ ଆଉ
ରହ ସତର୍କ ଥିଲା ଯାଏ ଦେହ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
2/8/2019
This poem has not been translated into any other language yet.
I would like to translate this poem