ଲିମ୍ୱଗଛ ଧାଡି
ଗଜାନନ ମିଶ୍ର
କଣ ଲାଭ ଖୋଜିକି
ମୁଁ ତ ନାଇଁ କୋଉଠି ବି!
ଖୋଜନା ଆଉ ଏଠି ସେଠି
ସମୟକୁ ବରବାଦକରି।
ବରଂ ରୁହ ହସରେ ଖୁସିରେ
ଅଛ ଯେତେବେଳଯାଏ।
ଆଉ ତୁମେ ଅଛ, ସତ୍ଯ
ତୁମର ଥିବାଟା
ମନେ ପଡୁ ନ ଥିବା
ଅକ୍ଷର ପରି ଶବ୍ଦ ପରି।
ଚିହ୍ନାଅଚିହ୍ନା ସବୁ
ହେଲାପରି ଫେଣ୍ଟାଫେଣ୍ଟି।
ସଯତ୍ନେ ରୋପା ହୋଇଥିବା
ଲିମ୍ୱଗଛର ଧାଡି।
ତପୋବନ, ଟିଟିଲାଗଡ, ବଲାଙ୍ଗିର
12/7/2019
This poem has not been translated into any other language yet.
I would like to translate this poem