ପୁଅ ବାଙ୍ଗାଲୋରରେ Son At Bangalore Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ପୁଅ ବାଙ୍ଗାଲୋରରେ Son At Bangalore

Rating: 5.0

କୋକୁଆ
ଗଜାନନ ମିଶ୍ର

ପୁଅ ବାଙ୍ଗାଲୋରରେ
ଫୋନରେ କଥାହେଲାବେଳେ
ଛିଙ୍କୁଛି, ଖୁଁ ଖୁଁ କାଶ ବି ଶୁଭୁଛି,
ମା କହୁଛି ଏ ପୁଅ ଶୀଘ୍ର ଯାଇ
ଡାକ୍ତରଙ୍କୁ ଦେଖା, ବ୍ଲଡ ପରୀକ୍ଷା
କରିନିଅ ଭଲକରି। ଆରେ
ସେଇ ତୁମ କର୍ଣାଟକରେ
କିଏ ଗୋଟେ ସତୁରୀ ନା
ଅଶୀ ବର୍ଷରେ ମରିଛି
ଆମ ଦେଶର ପ୍ରଥମ
କରୋନା ମୃତ୍ଯୁ କହୁଛି ଟିଭି
ବାରମ୍ୱାର ଗତକାଲିଠୁ।
ଆରେ, ମଲଟିନେସନାଲ କଂପାନୀସବୁ
ଘରେ ଘରେ କାମ କରିବାକୁ
ଆଦେଶ ହେଲାଣି। ଆଉ ବସରେ
ଭିଡରେ ଯାଆ ନା, ମେସେଜ କରି
କହି ଦେ ଘରେ କାମ କରିବୁ।
ନ ହେଲେ ଛୁଟି ନେଇ ଯା
ମାସେ କି ପନ୍ଦର ଦିନ,
ନ ହେଲେ ପଳେଇ ଆସ ଏଠିକି।
ଆରେ ଏଠି ବି ତ ଗୋଟେ ଦଂପତ୍ତି
ଗତକାଲିଠୁ ଭୀମଭୋଇ ମେଡିକାଲରେ
ଅଛନ୍ତି ସେମାନେ କୁଆଡେ କାନାଡାରୁ
ଫେରିଛନ୍ତି ଆଉ ଅଛନ୍ତି ସନ୍ଦେହଘେରରେ।
ଆମ ଏଠି ସରକାର ସବୁ ବିଦ୍ୟାଳୟକୁ
ଛୁଟି କରିଦେଲେଣି, ବିଧାନସଭା ବି
ବନ୍ଦ। ଆଉ କୌଣସି ଆଲୋଚନା ନାଇଁ।
ଖାଲି କରୋନା କରୋନା, ହାତ ଧୁଅ ବାରମ୍ବାର
ସେନିଟାଇଜର ଲଗାଉଥାଅ, ପାଟିରେ ନାକରେ
ପଟି ବାନ୍ଧି ରହ। କି କୋକୁଆରେ ବାବା!
ବାଙ୍ଗାଲୋର ଯିବି ଭାବୁଥିଲି ହେଲେ ଦେଖ
ଆସନ୍ତାକାଲିଠୁ ପିଲାଙ୍କ ପରୀକ୍ଷା ଚାଲିବ,
ଆଉ କି ଛୁଟି କେଜାଣି!
ସରକାର ଅବଶ୍ୟ ତାଙ୍କ ସୁବିଧା କାମ କରିବେ
ନ ହେଲେ ମିଡିଆ ଅଛି ନା!
ଶଳା, କେନସରରେ, ମଦରେ, ମେଲେରିଆରେ
ଧୂଳିଧୂଆଁରେ, ରାସ୍ତା ଦୁର୍ଘଟଣାରେ କେତେଗୁଣା
ଅଧିକା ମଲେ ବି କିଏ ଗଣୁଛି!
ଯାହା ବି ହେଉ ପୁଅ, ଶରୀର ଆଗ,
ଶରୀର ମାଧ୍ଯମ ଖଳୁ ଧର୍ମ ସାଧନମ୍ ବୁଝିଲୁ!
ଦେଖି ଜଗି ଥିବ,
ବାପା କହୁଛନ୍ତି ଚାକିରୀ ଛାଡ଼ି ପଳେଇଆସିବାକୁ
ମୁଁ ଭାବୁଛି ଆଉ ଦି ଚାରିବର୍ଷ ଯାଉ
ଆମେ ତ ଏଠି ସମ୍ଭାଳିଅଛୁଁ।
ଅସମ୍ଭାଳ ହେଲେ ଆସିବ ତ!

ତପୋବନ, ଟିଟିଲାଗଡ, ବଲାଙ୍ଗୀର
14/03/2020

Saturday, March 14, 2020
Topic(s) of this poem: son
POET'S NOTES ABOUT THE POEM
Source:
University of Hamburg data

The number of deaths in the world in the first two months of 2020

2360: Corona virus
69602: Common cold
140 584: Malaria
153,696: suicide
193,479: road accidents
240,950: HIV loss
358,471: alcohol
716,498: smoking
1,177,141: Cancer

Then do you think Corona is dangerous?

Or
is the purpose of the media campaign to settle the trade war between China and America
or
to reduce financial markets to prepare the stage of financial markets for mergers and acquisitions
or
to sell US Treasury bonds to cover the fiscal deficit in them
Or
Is it a Panic created by Pharma companies to sell their products like sanitizer, masks, medicine etc.

Do not Panic & don't forward Rumurs.

ଯଦି ଉପରୋକ୍ତ ବିବରଣୀ ସତ ତେବେ ସରକାର ଲୋକଙ୍କ ଭିତରେ କରୋନା ନାଁରେ ଆତଙ୍କ ସୃଷ୍ଟି କରୁଛନ୍ତି କି? ଅସଲ ସମସ୍ୟାରୁ ଲୋକଙ୍କୁ ଦୂରେଇ ଦେଉଛନ୍ତି କି? ସାଧାରଣ ଜନତା ସବୁଦିନ ଏମିତି ଭକୁଆ ସବୁଦିନ ଏମିତି ଶୋଷିତ ଲାଂଛିତ! !
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success