କିଏ ଗରିବ? କଣ ପାଇଁ ଗରିବ?
ବାସ୍ନା ଅଛି ମୋ ଦେହର ଯାହାର
ମୂଲ୍ୟ ଅକଳନ।
ଶକ୍ତି ଅଛି ହାତର ଗୋଡର,
ଆଉ ଏମାନଙ୍କୁ ନେଇ
ଯେ କୌଣସି କାମ କରା ଯାଇପାରେ
ଆଉ ଯୋଉଠି ବି ପହଂଚି ହୋଇପାରେ।
କଲମ ଅଛି ତଥାପି ସକ୍ରିୟ ମୋର
ଲେଖାଯାଇପାରେ ସତ୍ୟ।
ସତ୍ୟକୁ ଧରି ଲଂଘା ଯାଇପାରେ
ଅନେକାନେକ ସମୁଦ୍ର।
ଭଲମନ୍ଦ ବାରି ପବନ ପାଣିର ଖେଳକୁ
ଆହୁରି କରାଯାଇପାରେ ମଜଭୁତ।
ଦୂର ଦୂରାନ୍ତରୁ ଆସୁଥିବା ଆଲୁଅକୁ
ରଖା ଯାଇପାରେ ଗମ୍ଭୀରାଘରେ।
ଜୀବନକୁ ଗଢା ଯାଇପାରେ ପୁଣିଥରେ
ନୂଆ ରୂପରେ ସର୍ବ ମଙ୍ଗଳମାଙ୍ଗଲ୍ୟେ
ମନ୍ତ୍ରରେ ମନ୍ତ୍ରିତ କରି ମାଟିକୁ ଆକାଶକୁ।
ଗରିବିକୁ ଦେଇ ପ୍ରେମର ଦର୍ଜ
ଅକ୍ଷୟ ଅଜୟ ଅଜନ୍ମକୁ ନିଷ୍କାମ ଦୋଳିରେ
କରା ଯାଇପାରେ କଲ୍ୟାଣ ବାଂଛା।
This poem has not been translated into any other language yet.
I would like to translate this poem