ଥାଅ ସେପଟେ Stay There Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଥାଅ ସେପଟେ Stay There

Rating: 4.5

ଅରୁଆ ଦେବ
କହିଦିଅ ଜମିବାଲାକୁ ଏଥର,
ବର୍ଷା ନାହିଁ, ନଈ ଶୁଖା,
ଉପରମୁଣ୍ଡରୁ ଆସୁ ନି ପାଣି।

ଗଲେ ନି ଲୋକେ ଦାଦନ ଖଟି।
ଦାଦନ ଉପରେ ଗଳ୍ପ କବିତା ଲେଖି
ପାଇଲେଣି କେତେଜଣ ପୁରସ୍କାର।

ସରକାର ଖୁସ୍।
ସୃଜନଶୀଳବ୍ୟକ୍ତି ବି ମସ୍ତିରେ।

କୁକୁରଗୁଡାକ ଭୁକିବାବେଳେ
ରୂଟି ଫିଙ୍ଗିଦେଲେ ଆପେ ହୁଅନ୍ତି ଚୁପ୍।

ଏଥର କଳାଯାଉଛି ଗ୍ରୁପ୍।
କୌଣସି ଗ୍ରୁପ୍ ର ନ ହୋଇ ପାରିଲେ
ଥାଅ ସେପଟେ।

ଯାହା ଦରକାର ଯେତେବେଳେ
କରିତକର୍ମାଗୁଡାକ ନେଇଆଣି
ଥୋଇଦେବାରେ ଆଗ।

ରୁହ, ଦେଖେଁ ଅବସ୍ଥା କଣ?
ହେବ ନି କିଛି । ଜାଣେ।
ଭାଗ୍ୟ ଏମିତି।

Thursday, December 21, 2017
Topic(s) of this poem: state
COMMENTS OF THE POEM
Gajanan Mishra 21 December 2017

Due to poverty people are leaving the state as bonded laborers and state Govt in Odisha is silent.

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success