ବଦଳିବ
ଗଜାନନ ମିଶ୍ର
ବଦଳିବ ପୁଅ
ସବୁ ବଦଳିବ
ଅପେକ୍ଷା କର।
ପାଣି ହୋଇ ବହିବ ନିଆଁ
ନ ଥିବ ଜଣେ ବି କୋଉଠି
ନ ଥିବ ପାଖ ଗାଁ।
ପାଟିରୁ ବାହାରୁ ନ ଥିବ
ଗୋଟିଏ ବି ଶବ୍ଦ
ନ ଥିବ ଠାରନାର।
ପ୍ରକୃତ ବଇଦ ସେବାକାରୀ
ଧରା ପଡିଯିବେ ଛାଁକୁ ଛାଁ।
କହ ନା ଆଉ କହ ନା
କହିବାକୁ ନାଇଁ କିଛି
ସବୁ ସଭିଙ୍କୁ ଜଣା ।
ରହ ପୁଅ ରହ
ଯୋଉଠି ଅଛୁ ସେଇଠି
ଆଉ ଚଢିବାକୁ ମନ କରନା।
ତପୋବନ, ଟିଟିଲାଗଡ,ବଲାଙ୍ଗୀର
13/06/2020
This poem has not been translated into any other language yet.
I would like to translate this poem