ସତ୍ୟରେ ରହି Staying In Truth Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ସତ୍ୟରେ ରହି Staying In Truth

କାହାର ନାଁ କରୋନା
ଗଜାନନ ମିଶ୍ର

1

କରୋନା!
କାହାର ନାଁ?
ଜାଣେ ନା।
କିନ୍ତୁ ଜାଣେ
ଯିବି ନି ବାହାରକୁ
କାମ ବିନା।
କହିବି ପ୍ଲିଜ
ହାତ ମିଳା ନା।
ଆଲିଙ୍ଗନ କିସ ମନା।
ହଁରେ ଗୋରୀ
ତୋର ମୋର ରହିବା
ଭିତରେ ଭିତରେ ହେବା
ଜଣାଶୁଣା ଅଚିହ୍ନାଚିହ୍ନା
ଘର ଭିତରେ ଦିନ ତମାମ।

2

ଖୋଜା ଚାଲିଛି
କରୋନା ନାଁରେ
ମଣିଷକୁ ଆଉ
ମଣିଷତ୍ୱକୁ
ଆପଣା ଆପଣା ଘରେ
ଆପଣା ଆପଣା ଭିତରେ।
ଦାୟିତ୍ବବାନ ହେବାକୁ
ଶିଖାଉଛି କରୋନା
ସଫାସୁତୁରା ରହିବାକୁ
କହୁଛି କରୋନା।
'ଟଚ ମି ନଟ' କହୁଛି,
କହୁଛି କରୋନା
କହୁଛି ସଂସାରର
ଜୀବନଯନ୍ତ୍ରଣା,
ଜୀବନ ଯାତ୍ରାରେ
ହୁଅ ନା ବଣା।
ସତ୍ୟରେ ରହି
କରୁଥାଅ ସତ୍ୟର ଅନୁସନ୍ଧାନ।

ତପୋବନ, ଟିଟିଲାଗଡ, ବଲାଙ୍ଗୀର
31/03/2020

Tuesday, March 31, 2020
Topic(s) of this poem: life
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success