ନିଅ, ଜଳ ନିଅ,
ହୁଅ ତୃପ୍ତ ।
ହେ ଅଗ୍ନି,
ମୁଁ ତୁମ୍ଭ ଅଧୀନ,
କରୁଛି ଆବାହନ
କରିବାକୁ ଏ ସବୁ ଭକ୍ଷଣ ।
ପିତୃ ପୁରୁଷ ହେ,
ପାଅ ଉତ୍କୃଷ୍ଟ ସ୍ଥାନ
ଆଉ କର ସବୁ କଲ୍ୟାଣ ।
ହେ ବାୟୁ, ହୁଅ ମଧୁମୟ ।
ମଧୁମୟ ହେଉ
ଏଠି ସବୁ ।
ଫରକ କିଛି ମୋ ଦେଇ ନ ହେଉ,
ମିତ୍ରଶତ୍ରୁ ।
ମାଟି ଦିଏ ଯାହା,
ମା ଦିଏ ଯାହା,
ସବୁ ଅମୃତ ।
ଅମୃତ ପାଇ ସମସ୍ତେ
ସବୁଠାରେ ଥାଆନ୍ତୁ ଜୀବିତ ।
ହେ ମଣିଷ, ଆଉ
ହେ ସମସ୍ତ ଜୀବ,
ଯାହା ପାଇଛି, ପାଉଛି
ସବୁ ସମର୍ପୁଛି, ହୁଅ ତୃପ୍ତ ।
This poem has not been translated into any other language yet.
I would like to translate this poem
Let me surrender all to all