1
ଆଖି ପାଇଁ ଏତେ କଥା,
ଆଖି ପାଇଁ ରଥ ଯାତରା।
ଆଖିକୁ ନେଇ
ଆଲୁଅ ଅନ୍ଧାରର ଚିତ୍ରଲେଖା।
2
ଆଖିରୁ ଜାଣିହେବ
ଲୋକଟା କଣ
ଲୋକଟା ମରିଛି
କି ବଂଚିଛି
ଲୋକଟା ରାଗିଛି
କି ଅଛି ମସ୍ତିରେ।
ଆଖି କହିଦେବ
ଆଗକୁ ଯିବାର ଅଛି
କି ଯିବାକୁ ଅଛି ପଛାଡିଆ।
ଆଖିରେ ଆଖି ମିଶାଇ
ଜାଣିହେବ ସବୁ ହିସାବକିତାବ।
ଆଖିରେ ପାଣି
ଦୁଃଖର ନା ସୁଖର
ବୁଝି ହୋଇଯିବ ବଳେ।
ଆଖି ବନ୍ଦକଲେ
ଥରିବ ଆକାଶ କି ପୃଥିବୀ
ଆଖି ମିଟିକା ମାରିଲେ
ଆସିବ ଲମ୍ବି
ମେନକା କି ଉର୍ବଶୀ।
ଆଖିରେ ଆଖିରେ
ଡାକିଦେଇ ହେବ
ଚଉଷଠୀ କୋଟି ଦେବାଦେବୀ।
ଆଖିଆଗରେ କିଏ ସବୁ
ଆଉ କିଏ ସବୁ ଆଖିପଛରେ
ଜାଣି ହୋଇଯିବ ବଳେ
ତଲାସିଲେ ଆଖି।
ଆଖି ଦେଖିବାକୁ ପୁଣି ୟାଡେ
ଆରମ୍ଭ ନିଲାମ ଡକରା।
ଆଖିକୁ ନ ମିଳିଲା ଯଦି କିଛି
ଆଉ କୋଉଠି ଅଛି କି କଣ!
ଆଖି ପାଇଁ ଆମର ଏଠି
ଏ ମିଳନ।
This poem has not been translated into any other language yet.
I would like to translate this poem