ସିଏ ପାରିବ ନାଇଁ ପାଇ
ପ୍ରକୃତ ସ୍ୱାଦ ମୋ କବିତାରୁ
ଚାହିଁବ ନାଇଁ ଯିଏ ପଢିବାକୁ
ମନ ଦେଇ।
ସତ ବି,
ତା ପାଇଁ ମୁଁ ଲେଖୁ ନାଇଁ,
ଆଉ ସତ
ସବୁ ମୋ କବିତା
ଏଇଠି ତୁମଠି।
ତୁମେ ଇ କବିତା
ଆଉ ସବୁ
ଲେଖି ଚାଲିଚି ମୁଁ
ତୁମେ ଇ ଯାଉଚ କହି
ଯାହା ଯେତେ।
ତୁମେ ନ ପଢୁଚ ଯଦି
ତୁମର ଇ,
କହୁ ନି କ୍ଷତି।
ଜଣା ନାଇଁ ମତେ
କଣ କୋଉଠି କେମିତି!
ତୀକ୍ଷ୍ଣ କରି ଦୃଷ୍ଟି
ମୁଁ ମୋର ଅଛି
ଚାଲିଥିବାବଳେ ତୁମର
ଯାତାୟତ ଏମିତି
ଯେମିତି କବିତାର ଗତି।
This poem has not been translated into any other language yet.
I would like to translate this poem
He could not get Real taste of my poetry Who would not want to Read my poetry. The Truth is I am Not writing for him And truth is that All my poetry Is here with you. You are the poetry And I go on writing What you dictate. If you are not reading It is your loss I am not telling Like that.