1
ମିଥ୍ଯା ଧାରଣାରେ
ଗଜାନନ ମିଶ୍ର
ମନ୍ଦିର ତୋଳି ନ ପାରିଲେ
ବାଟରେ ହଗି ଦିଅ,
ଏଇଆ ଭାବି କର୍ମ କରିଛ ତ!
ବାଜେ କର୍ମରେ ଦେଇଛ ସାରି
ସବୁ ମାନ ମହତ।
ଉଠାଅ ଆଉ ଉଠ,
ଭୁଲିଗଲ କେମିତି ତୁମେ ଇ
ତୁମର ସମ୍ରାଟ, ତୁମେ ବିରାଟ,
ନୁହଁ କେବେ ଡକାୟତ କି ଖଣ୍ଟ।
ଭୀଷଣ ଘୃଣାରେ
ନିଜ ସ୍ୱପ୍ନକୁ ନିଜେ ଇ
ଦେଇଛ ଭାଙ୍ଗି ।
ମଧୁର ଗନ୍ଧକୁ ମିଥ୍ଯା ଧାରଣାରେ
କେମିତି ଦେଲ ହେ ପୋଡି!
ତପୋବନ, ଟିଟିଲାଗଡ, ବଲାଙ୍ଗିର
17/8/2019
2
ଯାତ୍ରା ମୋର
ଗଜାନନ ମିଶ୍ର
ଏ ଯୋଉ ଯାତ୍ରା
କୋଉଠୁ କୋଉଠିକୁ
ମତେ ନାଇଁ ଜଣା।
ବୃଥା ବାଗାଡମ୍ୱର,
ବୃଥା ଭୟ
ମତେ କରେ ନି ବଣା।
ବିଶ୍ୱସ୍ତ ଭୃତ୍ୟ ମୁଁ
ଏ ସମୟର।
ସମୟ କିନ୍ତୁ ନୁହଁ
ମୋର ବିଶ୍ୱସ୍ତ ଅନୁଚର।
ତଥାପି ସମୟଚିରି
ଯାତ୍ରା ମୋର ରହେ ଅବ୍ୟାହତ।
ସମୟ ଘରୁ ସମୟ ଘରକୁ
ଡେଉଁଥାଏ ମୋର ବିରାଟ ବ୍ୟକ୍ତିତ୍ୱ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
17/8/2019
This poem has not been translated into any other language yet.
I would like to translate this poem