ଯେତେ ଅଛି କୁବଚନ
ଯେତେ ଭାଷାରେ
କୁହ ମତେ,
ଆଉ ଦେଖ
କେମିତି ମୁଁ
ଉଜ୍ଜ୍ଵଳି ଉଠୁଛି ସେଥିରେ ।
ତୁମ କଟୁ ବଚନରେ
ଆହୁରି ମୁଁ
ଯାଉଛି ନିକଟେଇ
ସତ୍ୟ ପାଖକୁ ।
ଜାଣେ ମୁଁ ସତ୍ୟ କଣ,
ଜାଣେ ଭଲ ମନ୍ଦ,
ଜାଣେ ସଜ୍ଜନ ଦୁର୍ଜନ ।
ତୁମ ବଚନ ମୋ ଲାଗି ପରମ ପାବନ ।
This poem has not been translated into any other language yet.
I would like to translate this poem